ସିୟର କାର୍ଯ୍ୟାଳୟଠାରେ ଇ ଶ୍ରମ କାର୍ଡ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଅଟୋ ୱାର୍କର୍ସ ଆସୋସିଏସନ୍ ତରଫରୁ ଇ ଶ୍ରମ କାର୍ଡ ସେକ୍ଟର ୭ ସ୍ଥିତ ସିୟର କାର୍ଯ୍ୟାଳୟଠାରେ ବଣ୍ଟନ କରାଯାଇଛି । ଆସୋସିଏସନ୍‌ର ସଭାପତି ଆଇନଜୀବୀ ବୈଦ୍ୟନାଥ ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଭୂବନ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ନାରାୟଣ ପ୍ରସାଦ ଦାସ ମୁଖ୍ୟ ଅତିଥି ଓ ସମାଜସେବୀ ଚିତ୍ତରଂଜନ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଶ୍ରମ କାର୍ଡ ବଣ୍ଟନ କରିଥିଲେ । ଅତିଥି ଦ୍ୱୟ ଏହା ଦ୍ୱାରା ହିତାଧୀକାରୀମାନେ ଅଯଥା ହଇରାଣରୁ ବଂଚିତ ହେବା ସହ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୨୦୭ ଜଣଙ୍କୁ ଏହି କାର୍ଡ୍ ବଣ୍ଟନ କରାଯାଇଥିଲା । ସର୍ବଶ୍ରୀ ବାସୁ ବାନାର୍ଜୀ, ପ୍ରିୟଙ୍କା ସାହୁ, ଲିପି ଘୋଷ୍, ଲିଜା ମହାରଣା, ରବି ମଲ୍ଲିକ, ମୁକ୍ତା ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଗିରିଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.