
ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ୨ ବର୍ଷ ହେବ ବଲାଙ୍ଗିର ପୌରାଂଚଳ ଅଧିନରେ କାମ କରୁଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମଲମୁଣ୍ଡା ଗ୍ରାମର ଆନନ୍ଦିନୀ କୁମ୍ଭାର । ହେଲେ ଦୀର୍ଘ ୭ ମାସରୁ ଅଧିକ ହେବ ତାଙ୍କ ଦରମା ପାଇ ନାହାନ୍ତି । ତେବେ ଏଥିପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର କହିଲେ ମଧ୍ୟ ସେ ଶୁଣୁ ନାହାନ୍ତି କହି ଆଜି ଆନନ୍ଦିନୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ସହ ଅତିଶୀଘ୍ର ତାଙ୍କ ବକେୟା ବେତନ ଦିଆଯାଉ ବୋଲି ଦାବୀ କରିଛନ୍ତି ।