ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସମାଧାନ ନିମନ୍ତେ ବରଗଡ ନାଗରିକ ମଞ୍ଚ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବରଗଡ଼, (ମୁନ୍ନା ସାହୁ) : କିଛି ଦିନ ମଧ୍ୟରେ ବରଗଡ ସହର ଅଶାନ୍ତ ହୋଇ ପଡିଛି, ବରଗଡରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ଏହାକୁ ନେଇ ଜିଲ୍ଲାପାଳଙ୍କୁ ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ବରଗଡ ସହରରେ ଗୋଷ୍ଠୀ ସଂଘର୍ଷ ଓ ଦୁଇଜଣ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବରଗଡର ଜନସାଧାରଣ ଏବେ ଅସୁରକ୍ଷିତ ମନେ କରୁଛନ୍ତି, ବରଗଡ ଭଳି ଏକ ଶାନ୍ତିପ୍ରିୟ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାହାକି ବର୍ତ୍ତମାନ ଚିନ୍ତାର ବିଷୟ । ମୁଖ୍ୟତଃ ନିଶା ସେବନ ଓ ସମ୍ପୃକ୍ତ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି । ଯେଉଁଥିରେ ଯୁବ ସମାଜ ସମ୍ପୂର୍ଣ ଭାବେ ଗ୍ରାସୀତ ହୋଇ ମରଣଯନ୍ତାରେ ପଡୁଛନ୍ତି ବୋଲି ସଭାପତି ଭୀଷ୍ମଦେବ ସରାଫ କହିଛନ୍ତି । ଜିଲ୍ଲାରେ ନିଶା ସେବନ ଓ କାରବାରକୁ ବନ୍ଦ କରିବା ସହ ପୋଲିସର ସକ୍ରିୟତାକୁ ବଢେଇବା ଓ ଆଇନ ଶୃଙ୍ଖଳାକୁ ଠିକ କରିବାକୁ ନାଗରିକ ମଞ୍ଚ ଦାବୀ କରିଛି । ଏଥିରେ ଭବାନୀ ସାହୁ, ଶୟନ ପଣ୍ଡା, ମାମୁଲୁ ମହାପାତ୍ର, ସମୀର ପ୍ରଧାନ, ନିତ୍ୟା ନନ୍ଦ ବାଗ, ଗୋବିନ୍ଦ ଶର୍ମା, ନିଖିଳ ପାଣିଗ୍ରାହୀ, ଶିବାନନ୍ଦ ମଟାରୀ, ଜିଭି ରାଓ, ଗଙ୍ଗା ପୂଝାରୀ, ବିଘ୍ନେଶ୍ୱର ମିଶ୍ର, ଲିଙ୍ଗରାଜ ପୁରୋହିତ, ବାସୁଦେବ ବୁଡ଼େକ, ଅନିରୁଦ୍ଧ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.