ଗାଁରେ ମଦ ବିକ୍ରି ବନ୍ଦ କରିବା ସକାଶେ ଥାନାରେ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାନ ଟୀକା ଗ୍ରାମର ଶତାଧିକ ମହିଳା ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସାନ ଟୀକା ଗାଁ ମଝିରେ ଅନେକଦିନ ହେବ ମଦ ବିକ୍ରି ହୋଇଆସୁଛି । ଯାହା ଦ୍ୱାରା ଅସାମାଜିକ ବ୍ୟକ୍ତି ମଦ ପିଇ ଗାଁରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ପାଟିତୁଣ୍ଡ କରି ଅଶାନ୍ତିକର ବାତାବରଣ ସୃଷ୍ଟି କରୁଛନ୍ତି । ଫଳରେ ଗାଁର ମହିଳା ମାନେ ରାସ୍ତାରେ ଯିବା ଆସିବା କରିବାପାଇଁ ଅସୁରକ୍ଷିତ ମନେ କରୁଛନ୍ତି । ଆହୁରି ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ସାନ ଟୀକା ଗାଁର ପଡୋଶୀ ଗାଁ ଯଥା ନଅଗାଁ (ଖ), ତେନ୍ତୁଳିଖୁଣ୍ଟି ଆଦି ଗାଁର ମଦୁଆ ମାନେ ବହୁ ସଂଖ୍ୟାରେ ସାନ ଟୀକାକୁ ମଦ ପିଇବା ପାଇଁ ଆସି ପାଟିତୁଣ୍ଡ ସହ ଅଶାନ୍ତି କରି ପରିବେଶ ସୃଷ୍ଟି କରୁଛନ୍ତି । ଯେଉଁ ବ୍ୟକ୍ତି ଗାଁରେ ମଦ ବିକ୍ରି କରୁଛି ଯଦି ଗାଁର କୌଣସି ବ୍ୟକ୍ତି ମଦ ବିକ୍ରି ବନଦ କରିବା ପାଇଁ କହିଲେ ସେମାନଙ୍କୁ ଲୋକ ପଠାଇ ଜାବନରେ ମାରିଦେବାର ଭୟ ଦେଖାଉଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଗାଁରେ ମଦ ବିକ୍ରି ସବୁଦିନ ପାଇଁ ବନ୍ଦ କରାଗଲେ ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ସହ ଗାଁର ମହିଳା ଓ ଛୋଟ ଛୋଟ ଛୁଆମାନେ ସୁରକ୍ଷିତ ରହି ରାସ୍ତାରେ ଅବାଧରେ ଯାତାୟାତ କରିପାରିବେ ବୋଲି ସାନ ଟୀକାର ଶତାଧିକ ମହିଳା ଲୋଇସିଂହା ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.