ପୁଲିସର ନିସ୍ତୁକ ମାଡ଼ରେ ଗୁରୁତର ଯୁବକ ଏସ୍‌ପିଙ୍କ ଦ୍ୱାରସ୍ଥ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିରେ ସୁରେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଫାଣ୍ଡିକୁ ଡାକି ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏନେଇ ଆହତ ସୁରେଶ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଗୁରୁବାର ସନ୍ଧ୍ୟାରେ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ବନ୍ଧପଡ଼ା ଅନ୍ତର୍ଗତ ସିଂହାମୁଣ୍ଡା ଗାଁର ସୁରେଶ ସାହୁଙ୍କୁ କୌଣସି ଏକ ମାମଲାର ପଚରାଉଚରା ପାଇଁ ଗତ ବୁଧବାର ସିଂହାମୁଣ୍ଡା ସାପ୍ତାହିକ ହାଟରୁ ପୁଲିସ ଟେକି ନେଇଥିଲା । ଫାଣ୍ଡିରେ ଦିନ ତମାମ ଅଟକ ରଖି ମାଡ଼ ମାରିଥିଲା । ୧୪ ବର୍ଷୀୟ ପୁଅ ସାମ୍‌ନାରେ ବାଡ଼ିରେ ତାଙ୍କୁ ମାଡ଼ ମରାଗଲା ବୋଲି ସେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

error: Content is protected !!