oom

ରାସ୍ତା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

jsmm

ବରଗଡ, (ମୁନ୍ନା ସାହୁ) : ଗଙ୍ଗାଧର ଜଳ ପ୍ରକଳ୍ପରେ ପାଣି ପାଉ ନାହାନ୍ତି ଚିତାଖାଇ ଗ୍ରାମର ଚାଷୀ । କୋଟି କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପରେ ସୁବିଧା ପାଉ ନାହାନ୍ତି ଚାଷୀ । ଏନେଇ ଏକଜ୍ୟୁକେଟିବ ଇଞ୍ଜିନିଅରଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଚାଷୀ ଏହାର ସମାଧାନ ସହ ସମସ୍ତ ଖେତକୁ କିପରି ପାଣି ଯିବ ସେନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଗ୍ରାମରେ ଗଙ୍ଗାଧର ଜଳ ପ୍ରକଳ୍ପ ପହଂଚିଥିଲେ ମଧ୍ୟ କେବଳ ଗୋଟିଏ ଦୁଇଟି ସ୍ଥାନରେ ପାଣି ବାହାରୁଛି ଯାହାକୁ ନେଇ ଚାଷୀ ଚିନ୍ତାରେ । ସରକାର ମୁଗ, ବିରି ସହ ଅନ୍ୟ ଚାଷ କରିବା ପାଇଁ ଚାଷୀଙ୍କୁ ଉତ୍ସାହିତ କରୁଥିବା ବେଳେ ଗଙ୍ଗାଧର ଜଳପ୍ରକଳ୍ପର ପାଣି ନ ପାଇବାରୁ ଚାଷ ଖରାପ ହେବା ସହ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍‌ନ୍ତି । ତେବେ ଦୀର୍ଘ ବର୍ଷ ଧରି ଏଭଳି ସମସ୍ୟା ହେଉଥିବା ବେଳେ ଚାଷୀଙ୍କ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇନାହିଁ ଯାହାକୁ ନେଇ ଶୀଘ୍ର ଏହି ସମସ୍ୟା ଦିଗରେ କାର୍ୟ୍ୟ କରିବା ପାଇଁ ଚାଷୀ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.