ବିରମିତ୍ରପୁର-ରାଏବଗା ରାସ୍ତାର ଶିଶୁମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ୨ ଜଣ ମୃତ୍ୟୁ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତରେ ଥିବା ବିରମିତ୍ରପୁର-ରାଏବଗା ରାସ୍ତାରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ବିରମିତ୍ରପୁର ଅଞ୍ଚଳରୁ ଜଣେ ବ୍ୟକ୍ତି ଏକ ମଟର ସାଇକେଲ୍‌ରେ ଯାଉଥିବା ସମୟରେ ରାଏବଗା ଅଞ୍ଚଳରୁ ଆଉ ଜଣେ ବ୍ୟକ୍ତି ଏକ ମଟର ସାଇକେଲ୍‌ରେ ଆସୁଥିବା ସମୟରେ ରାଏବଗା ରାସ୍ତାର ଶିଶୁମନ୍ଦିର ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁଇଜଣ ଗାଡ଼ି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ସୂଚନା ମୁତାବକ ମୃତ ଦୁଇଜଣଙ୍କ ନାମ ହେଉଛି ନିରଞ୍ଜନ ଓ ଅଜୟ ସମାଦ । ମୃତକଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.