om academy

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

jsm

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବେଆଇନ୍ ଗୋଚାଲାଣ କରୁଥିବା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ରାତିରେ ଦ୍ରୁତଗତିରେ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍ ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ରାସ୍ତାର ଡିଭାଇଡର୍ ଉପରେ ଚଢ଼ି ଯାଇଥିଲା । ଏହାପରେ ଗାଡିର ଡ୍ରାଇଭର୍ ଓ ହେଲପର୍ ସେଠାରୁ ଫେରାର୍ ହୋଇଯାଇଥିଲେ । ଖବର ପାଇ ବଜରଙ୍ଗ ଦଳର କର୍ମୀମାନେ ସେଠାରେ ପହଞ୍ଚି ଅତି ଦୟନୀୟ ଭାବେ ଗାଡିରେ ବନ୍ଧା ହୋଇଥିବା ୮ଟି ଗୋରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ ।

Leave A Reply

Your email address will not be published.