oom

୨ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ଯୁବକ ଗୁରୁତର

jsmm

ଟିଟିଲାଗଡ଼, (ପ୍ରମୋଦ କୁମାର ସେଲମା) : ଆଜି ଅପରାହ୍ନ ସମୟରେ ଟିଟିଲାଗଡ ସହର ୨ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ଗୁରୁତର ଅଛନ୍ତି । ଯୁବକ ନାମ ରତନ ଭୋଇ (୨୩) ବୋଲି ଜଣାପଡିଛି । ପ୍ରକାଶ ଯେ, ଟିଟିଲାଗଡ଼ ନିକଟସ୍ଥ ଡଙ୍ଗରପଡ଼ା ଗ୍ରାମର ନିବାସୀ ଦୁଆରୁ ଭୋଇଙ୍କ ପୁତ୍ର ରତନ ଭୋଇ ଏକ ହିରୋହଣ୍ଡା ବାଇକ ନଂOD 08P8385 ଯୋଗେ ନିଜ ବନ୍ଧୁ ସନୁଜ ଦେବଗୁରୁଙ୍କ ସହ ଟିଟିଲାଗଡରୁ କାମ ସାରି ନିଜ ଗାଁକୁ ଫେରୁଥିବା ବେଳେ ଟିଟିଲାଗଡ ଓଭର ବ୍ରିଜ ଠାରେ ସାମ୍ନା ପଟରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେବା ସହ ତାଙ୍କୁ ଆଣି ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହାତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ସୂଚନା ମିଳିଛି । ଘଟଣାର ଖବର ପାଇ ଟିଟିଲାଗଡ ପୋଲିସ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ବାଇକ ଜବତ କରି ତଦନ୍ତ ଆରମ୍ଭ କରୁଛି ।

jittmm
Leave A Reply

Your email address will not be published.