ବାଇକକୁ ଧକ୍କା ଦେଲା ଅଜଣା ଗାଡି : ଜଣେ ମୃତ, ଜଣେ ଆହତ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ବାସୁଦେବପାଲି ନିକଟରେ ଭୋର ୪ଟା ସମୟରେ ଏକ ମର୍ମନ୍ତୁଦ ଘଟଣା ଘଟିଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏକ ବାଇକ୍‌କୁ ଅଜଣା ଗାଡି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଚୌରିଆଁପଦର ଗାଁର ଶ୍ୟାମ ସୁନ୍ଦର ସାହୁ ଓ ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ହେଲେ ସୋନପୁରର ସୁଦାମ ସେଠ ବୋଲି ଜଣାପଡ଼ିଛି । ଜାତୀୟ ରାଜପଥ କଡ ବାସୁଦେବପାଲିଠାରେ ଥିବା ପେଟ୍ରୋଲ ପମ୍ପକୁ ତେଲ ଭର୍ତ୍ତି କରିବାକୁ ଯିବା ସମୟରେ ଏକ ଅଜଣା ଚାରିଚକିଆ ଗାଡି ବାଇକକୁ ଧକ୍କାଦେଇ ଫେରାର ହୋଇ ଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.