oom

ଦୁର୍ଘଟଣାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୁତର 

jsmm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ପାଟଣାଗଡ଼ ରାସ୍ତାର କପସିପାଲି ଗ୍ରାମ ନିକଟରେ ଗତକାଲି ଅପରାହ୍ନରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତର ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ରଞ୍ଜିତ ସାହୁ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଶ୍ରୀ ସାହୁଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯିବା ପରେ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଲଖନାରୁ ଶେଖ ସାଜିଦ ଅଲ୍ଲି କାର ଚଳାଇ ଆସୁଥିବା ସମୟରେ ଅନ୍ୟ ପଟରୁ ପିଇଓ ରଂଜିତ କୁମାର ସାହୁ ଓଡିଆପାଲି ପଂଚାୟତର ନିର୍ବାଚନ ଅଧିକାରୀ ଥିବା ବେଳେ ଶନିବାର ପ୍ରାର୍ଥୀପତ୍ର ଯାଂଚ ଥିବାରୁ ଦାୟିତ୍‌ତ୍ୱ ସାରି ବ୍ଲକ କାର୍ଯ୍ୟାଳୟକୁ ବାଇକ ଯୋଗେ ଆସୁଥିଲେ । କପସିପାଲି ଗ୍ରାମ ପୂର୍ବରୁ ଥିବା ମୋଡଣୀରେ ଉଭୟେ କାର ଏବଂ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକଟି ଭାଙ୍ଗିରୁଚି ଯାଇଛି, ବାଇକ ଚାଳକଙ୍କ ହାତ, ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ ବାଟରେ ଆସୁଥିବା ସାମ୍ବାଦିକ ଗଣେଶ ଦାସ, ଗୋପାଳ ପଧାନ, ଡୋଲାମଣି ବେହେରା, ଗୌରଚନ୍ଦ୍ର ବାଗ, ଭୀଷ୍ମ ରଣା, କ୍ଷୀରସିନ୍ଧୁ ମେହେର ପ୍ରମୁଖ ଆହତ ବାଇକ ଚାଳକଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ପହଞ୍ଚାଇ ଥିଲେ । ଖପ୍ରାଖୋଲ ପୁଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କଠାରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.