ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନେକ ସମୟରେ ଏବେ ଆମ୍ବୁଲାନ୍ସ ସଡକ ଦୁର୍ଘଟଣାଗସ୍ତ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ଏ ଘଟଣା ଏବେ ବହୁଳ ସଂଖ୍ୟାରେ ହୋଇ ଆସୁଛି ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଯାହାଫଳରେ କି ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଭାବେ ସହଜରେ ଗ୍ରହଣ କରିବା ମୁସ୍କିଲ ହୋଇଯାଇଛି । କାହିଁକି ନା, ଲୋକେ ଆଉ ଏହାରି ଉପରେ ନିରାପଦ ମଣୁନାହାନ୍ତି । ଡ୍ରାଇଭର ମଦପିଇ ଗାଡ଼ି ଚଳାଉଛନ୍ତି । ନା’ ନିଶା ପିଇ, ଯଦି ନା’ ତ ହୋଇପାରେ ଡ୍ରାଇଭର କର୍ମଚାରୀଙ୍କୁ ଅଧିକ ସମୟଖଟାଉଛନ୍ତି କି ? ଏହାର ତଦନ୍ତ ହେବା ନିହାତି ଜରୁରୀ । ଶୁଣାଯାଏ ଯେ, ୧୦୮ ଆମ୍ବୁଲାନ୍ସ ସେବା ଏବଂ ଅନ୍ୟସମସ୍ତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ସବୁକର୍ମଚାରୀଙ୍କୁ ଠିକା କରି ଦିଆଯାଇଛି । ତାଙ୍କ ଉପରିସ୍ଥ ଠିକାଦାର ତାଙ୍କଠାରୁ କମିଶନ ନେଇ ଅଧିକ ସମୟ କାମରେ ଖଟାଉଛନ୍ତି । ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସେବା କର୍ମଚାରୀମାନେ ଅଧିକ ସମୟ ଖଟୁଥିବା ଅଭିଯୋଗ ହେଉଥିବା କୁହାଯାଏ । ଯାହାକି ଆମ୍ବୁଲାନ୍ସ ଦୁର୍ଘଟଣା ବୃଦ୍ଧିପାଉଥିବା ଜଣାଯାଉଛି । ଗତ ରବିବାର ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଗାଇକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇଛି । ରବିବାର ବିଳମ୍ବିତ ରାତ୍ରରେ ଏପି ୩୯ ଟିଭି / ୭୯୬୩ ନଂ ଏକ ଆମ୍ବୁଲାନ୍ସ ଖଡଗପୁରରୁ ରୋଗୀକୁ ଛାଡି ବିଶାଖାପାଟ୍ଟଣାମ୍ ଫେରୁଥିବା ବେଳେ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଗାଈକୁ ଧକ୍କା ଦେଇଥିଲା ବୋଲି କୁହାଯାଏ । ଫଳରେ ଆମ୍ବୁଲାନ୍ସଟି ଡିଭାଇଡର-ୱାଲକୁ ବାଡେଇ ହୋଇ ଦୁର୍ଘଟଣାଗସ୍ତ ହୋଇଛି । ଘଟଣାସ୍ଥଳରେ ଗାଈଟିର ମୃତ ହୋଇଥିବା ବେଳେ ସୋମବାର ସକାଳୁ ଗାଈକୁ ରାସ୍ତା ଉପରୁ ହଟାଯାଇଛି । ଆମ୍ବୁଲାନ୍ସଟି ରାସ୍ତା ପାଶ୍ୱର୍ରେ ଅଟକି ରହିଥିବା ବେଳେ କେହି ଆହାତ ହୋଇନଥିବା ସୂଚନା ମିଳିଛି । ବାସ୍ତବିକ ଜରୁରୀକାଳୀନ ଆମ୍ବୁଲାନ ସେବାରେ ନିୟୋଜିତ କର୍ମଚାରୀ ଅବା ଡ୍ରାଇଭର ନିଯୁକ୍ତିରେ କଠୋର ନୀତି, ନିଷ୍ଠାପରତା ସମ୍ପନ୍ନବ୍ୟକ୍ତି ନିଯୁକ୍ତି ଦେବା ଉଚିତ ବୋଲି ବିଭିନ୍ନ ମହଲରେ ଦାବୀ ହୋଇଉଠିଛି । ଯାହାକି ଆମ୍ବୁଲାନ୍ସ ସେବାକୁ ସହଜରେ ଲୋକେ ବିଶ୍ୱାସ ହେବା ଉଚିତ । ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତଥା ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହୋଇ ଉଠିଛି ।
Prev Post