ବଲାଙ୍ଗିର ଏସପିଙ୍କ ଘର ପାଖରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସପିଙ୍କ ଘର ପାଖରେ ଦୁର୍ଘଟଣା । ଏସପିଙ୍କ ଘର ନିକଟରେ ଟ୍ରଲର-ଟ୍ରକ ଧକ୍କା ହୋଇଛି । ୨୬ ନମ୍ବର ଜାତୀୟ ରାଜପଥ ତଥା ବଲାଙ୍ଗିର ଏସପିଙ୍କ ଘର ପାଖରେ ଟ୍ରଲର-ଟ୍ରକ ଧକ୍କା ହେବାରୁ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି । ଗତ ରାତି ୨ଟା ସମୟରେ ସମ୍ବଲପୁରରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଓ ଭବାନୀପାଟଣାରୁ ଆସୁଥିବା ଏକ ଟ୍ରଲର ଗାଡି ବଲାଙ୍ଗିର ଏସପିଙ୍କ ଘର ସମ୍ମୁଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ବଲାଙ୍ଗିର ଟାଉନ ଥାନା ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇ ଟ୍ରଲର ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ଭୋର ୫ଟାରେ ପୋଲିସ କ୍ରେନ ସାହାଯ୍ୟରେ ରାସ୍ତା ମଝିରୁ ଟ୍ରଲରକୁ ହଟାଇବା ପରେ ଗାଡି ମଟର ଚଳାଚଳ କରିଛି ।

Leave A Reply

Your email address will not be published.