ଟେମରୀ ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା : ଶିଶୁ କନ୍ୟା ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମର୍ମନ୍ତୁଦ ଦୁର୍ଘଟଣା । ୨ ବର୍ଷର ଶିଶୁ କନ୍ୟା ମୃତ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରି ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା । ଶିଶୁ କନ୍ୟା ଜଣକ ଟେମରୀ ଗ୍ରାମର ନରେଶ କୁମାର ବନଛୋରଙ୍କ ୨ବର୍ଷ ୬ମାସର ଏକ ମାତ୍ର ଝିଅ ରିୟାନସି ବୋଲି ଜଣାପଡ଼ିଛି । ଏନେଇ ମୃତକଙ୍କ ବାପା ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାଇକମାଲ ମହାମାୟା ପବ୍ଲିକ ସ୍କୁଲ ବସ୍‌ ସବୁଦିନ ଗ୍ରାମର ପଢା ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିଲା । ଶୁକ୍ରବାର ମଧ୍ୟ ସ୍କୁଲରୁ ଛାତ୍ରଛାତ୍ରୀମାନଙ୍କୁ ଟେମରୀକୁ ଛାଡିବାକୁ ପ୍ରାୟ ୨ଟା ୧୫ମିନିଟରେ ଆସିଲା ବେଳେ ଶିଶୁ କନ୍ୟା ରିୟାନସି ବନଛୋର ରୋଡ ଉପରେ ଛିଡା ହୋଇଥିଲେ । ତେବେ ବସ ଚାଳକ ଦେଖି ନପାରି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଝିଅ ରିୟାନସିକୁ ତାଙ୍କ ବାପା ପଦ୍ମପୁର ସରକାରୀ ଚିକିତ୍ସାଳୟକୁ ଆଣି ଡାକ୍ତରଙ୍କୁ ଦେଖାଇଥିଲେ । ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ବାପା ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟେମରୀ ଗ୍ରାମରେ ଚାପା ଉତ୍ତେଜନା ରହିବା ସହ ଶିଶୁକନ୍ୟାର ମୃତଦେହକୁ ପାଇକମାଲ ପଦ୍ମପୁର ରାସ୍ତା ଭୋଲିଆବନ୍ଧ ଠାରେ ସନ୍ଧ୍ୟା ୬ଟାରେ ଗ୍ରାମବାସୀମାନେ ବିଭିନ୍ନ ଦାବି ନେଇ ରାସ୍ତାରୋକ କରିଛନ୍ତି । ପାଇକମାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.