
ଉତ୍ତରା : ଉତ୍ତରା ଛକ ସିଫା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଟୁରିଷ୍ଟ ବସ୍ ଓଲଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁସାରେ ଟୁରିଷ୍ଟ ବସ୍ଟି ପର୍ୟ୍ୟଟକଙ୍କୁ ନେଇ ପୁରୀ ଯାଉଥିଲା । ବସରେ ପ୍ରାୟ ୭୦ପର୍ଯ୍ୟଟକ ଥିଲେ । ତେବେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଜଣକ ବାଂଲାଦେଶର ବୋଲି ଜଣାପଡିଛି । କାଶୀ ବିଶ୍ୱନାଥ ଦର୍ଶନ ସାରି ସମସ୍ତେ ପୁରୀ ଅଭିମୁଖେ ଯାଉଥିଲେ । ପଶ୍ଚିମବଙ୍ଗ ମାୟାପୁରୀ ଇସ୍କନ ଜରିଆରେ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ ।