centurian jitm

ପିପିଲି ମକୁନ୍ଦପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ୍‌କୁ ପିଟିଲା କାର୍‌

nschool

ପିପିଲି : ବାଇକ୍‌କୁ ପିଟିଲା କାର୍‌ । ପୁରୀ ଜିଲ୍ଲା ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ମକୁନ୍ଦପୁର ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୨ଜଣ ଜୀବନ । ମୃତକ ୨ ଜଣ ହେଲେ ବାଲିପଡ଼ା ନନ୍ଦନକାନନ ଅଞ୍ଚଳର ସୁଧାକର ପାତ୍ର ଓ ରଶ୍ମିରଞ୍ଜନ ପରିଡ଼ା ବୋଲି ଜଣାପଡିଛି । ଖବର ଅନୁସାରେ ସୁଧାକର ପାତ୍ର ଓ ରଶ୍ମିରଂଜନ ପରିଡା ନାମକ ୨ ଯୁବକ ଏକ ବାଇକ୍‌ ଯୋଗେ ଭୁବନେଶ୍ୱରରୁ ପୁରୀ ଯାଉଥିଲେ । ଏହି ସମୟରେ ପିପିଲି ମକୁନ୍ଦପୁର ସଟସ ବାଇପାସ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଏକ କାର୍‌ । ଏହି ଦୁର୍ଘଟଣାରେ କାର୍‌ଟି ବାଇକ୍‌ ଉପରେ ମାଡିଯାଇ ଓଲଟି ପଡ଼ିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଏହି ଭୟଙ୍କର ଦୁର୍ଘଟଣା ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ କାର୍‌ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.