centurian jitm

ଭାଙ୍ଗି ଦବି ଗଲାଣି ବ୍ରିଜ : ଘଟିପାରେ ବଡ ଦୁର୍ଘଟଣା

ବରଗଡ଼, (ମୁନା ସାହୁ) : ମରଣଯନ୍ତା ପାଲଟିଛି ବରଗଡ଼ ଅମ୍ବାପାଲିରୁ ଡୁମେରପାଲିକୁ ସଂଯୋଗ କରୁଥିବା ବଞ୍ଜାରି ବ୍ରିଜ । ବ୍ରିଜର ଅବସ୍ଥା କହିଲେ ନସରେ । ରାସ୍ତା ଫାଟି ଆ କଲାଣି, ଅନ୍ୟପଟେ ବ୍ରିଜ ଭାଙ୍ଗି ଯାଇ ଦବି ଗଲାଣି । ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ । ଭାରିଯାନ ଚଳାଚଳ ଯୋଗୁଁ ବ୍ରିଜଟା ଭାଙ୍ଗି ଯାଇ ଝୁଲନ୍ତା ଅବସ୍ଥାରେ ପଡ଼ିରହିଛି । ତଥାପି ଲୋକେ ଏହି ବ୍ରିଜ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ବ୍ରିଜର ସ୍ଥିତି ଏତେ ସାଙ୍ଘାତିକ ଯେ କୌଣସି ସମୟରେ ବଡ ଅଘଟଣ ଘଟିପାରେ । ପ୍ରତ୍ୟେକ ଦିନ ଏହି ବ୍ରିଜ ରାସ୍ତା ଦେଇ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଚାଷୀ, ବେପାରୀଙ୍କ ସହ ହଜାର ହଜାର ଲୋକ ଯିବା ଆସିବା କରନ୍ତି । ବଡ ଦୁର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏହା ଉପରେ ଧ୍ୟାନ ଦେବା ସହ ନୂତନ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.