ଚାଟିକଣା ଜୟଗୁରୁ ଛକରେ ଦୁର୍ଘଟଣା : ଜଣେ ମୃତ, ୨ ଆହତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ଜୟଗୁରୁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାୟଗଡାରୁ ରାଇପୁର ଅଭିମୁଖେ ଯାଉଥିବା ଟ୍ରକ୍‌ ନଂ ୟୁପି ୮୩ବିଟି ୯୦୯୦ଟି ବିଷମ କଟକରୁ ଚାଟିକଣା ଅପରପାର୍ଶ୍ୱରୁ ଆସୁଥିବା ମୋଟର ସାଇକେଲ ଯାହାର ନମ୍ବର ଓଡ଼ି୧୮ ୬୨୪୪ଟି ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ତେବେ ୨ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୩ ଜଣ ଯୁବକ କୁର୍ଲି ଗ୍ରାମର ବୋଲି ଖବର ମିଳିଛି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ଅଞ୍ଚଳବାସୀ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଥିଲେ ।

Leave A Reply

Your email address will not be published.

error: Content is protected !!