କୁଶଙ୍ଗାଇ ପୋଲ ନିକଟରେ ଗୋଖାଦ୍ୟ ବୋଝେଇ ହାଇୱା ଦୁର୍ଘଟଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼-ବୋରିଗୁମ୍ମା ୨୬ ନମ୍ୱର ଜାତୀୟ ରାଜପଥ ସ୍ଥିତ ଲୋଇସିଂହା ନିକଟସ୍ଥ କୁସଙ୍ଗାଇ ପୋଲ ନିକଟରେ ଏକ ଗୋଖାଦ୍ୟ ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଅପରାହ୍ନରେ ଏକ ୧୬ ଚକିଆ ହାୱାଇ ଭାରୀଯାନରେ ଗୋଖାଦ୍ୟ ବୋଝେଇ ହୋଇ ବରଗଡ଼ରୁ ବଲାଙ୍ଗିର ଯାଉଥିଲା । କୌଣସି କାରଣରୁ ଲୋଇସିଂହା କୁସଙ୍ଗାଇ ବ୍ରିଜ୍‌ ନିକଟରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା । ଗାଡି ଓଲଟି ଯାଇ ରାସ୍ତାମଝିରେ ପଡ଼ିରହିବା ଯୋଗୁଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଯାହାଫଳରେ ଯାନବାହାନ ଯିବା ଆସିବାରେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ଘଟଣାରେ ଡ୍ରାଇଭର୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ପ୍ରକୃତ ଘଟଣାଟି ପୋଲିସ ତଦନ୍ତ ପରେ ଜଣାପଡିବ କୁହାଯାଉଛି ।

Leave A Reply

Your email address will not be published.