ବଲାଙ୍ଗିର ଗଇଁନ୍ତଲା ଠାରେ ଦିଲ୍‌ଖୁସ୍‌ ବସ୍‌ ହେଲା ଦୁର୍ଘଟଣାର ଶିକାର : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗଇଁନ୍ତଲା ଠାରେ ଦିଲ୍‌ଖୁସ୍‌ ନାମକ ଏକ ବସ୍‌ ଦୁର୍ଘଟଣାରଶିକାର ହୋଇଥିବା ଖବର ମଳିଛି । ମିଳିଥିବା ସୂଚନା ଅନୁସାରେ ଦିଲ୍‌ଖୁସ୍‌ ନାମକ ଏକ ବସ୍‌ ଯାତ୍ରୀ ମାନଙ୍କୁ ନେଇ ଭୁବନେଶ୍ୱରରୁ ବଲାଙ୍ଗିର ଆସୁଥିଲା । ଏହି ସମୟରେ ଗଇଁନ୍ତଲା ଗ୍ରାମରେ ବସ୍‌ଟି ଏକ ହାଇୱାକୁ ଯୋର୍‌ରେ ଧକ୍କା ଦେଇଥିଲା ଫଳରେ ବସ୍‌ର ସାମ୍ନା ପଟ ଚୁର୍‌ମାର ହୋଇଯାଇଥିବା ବେଳେ ବସ୍‌ରେ ବସିଥିବା ପାଖାପାଖି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ ଠାରେ ଭତ୍ତି କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.