ବଲାଙ୍ଗିର-ସମ୍ବଲପୁର ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର-ସମ୍ବଲପୁର ରୋଡ଼ର ମାରୁତି ସୁଜୁକି ସୋ’ରୁମ୍‌ ନିଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ମୃତକ ସ୍କୁଟି୍‌ ଚାଳକ ଖମାରମୁଣ୍ଡାର ରବିନାରାୟଣ ନନ୍ଦ ବୋଲି କୁହାଯାଉଛି । ମୃତକଙ୍କ ସ୍କୁଟିର ନଂ.ଓଡ଼ି୦୩ଏସ୍‌ ୯୮୮୨ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ ଟ୍ରକ୍‌ ଜାଳି ଦେଇଥିବା ସୂଚନା ମିଳିଛି । ମୃତକ ରବିନାରାୟଣ ବଲାଙ୍ଗିର ସହରର ସୁଦପଡ଼ାରେ ଥିବା ଏକ ପ୍ରିଣ୍ଟିଂ ୟୁନିଟ୍‌ରେ କାମ କରୁଥିଲେ । ତେବେ ଆଜି କାମ ସାରି ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ ଟ୍ରକ୍‌ ଜାଳି ଦେଇଥିବା ସୂଚନା ମିଳିଛି । ଖବର ପାଇଁ ଘଟଣା ସ୍ଥଳରେ ବଲାଙ୍ଗିର ପୋଲିସ୍‌ ସଦଳବଳେ ପହଂଚିଥିବା ବେଳେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.