ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଇଲାକା ମରାତିରା ହାଟଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ମରାତିରା ଗ୍ରାମର ମୂଳିଆ ସାହୁ (୭୮) ବୋଲି ଜଣାପଡିଛି ।

ସୂଚନାନୁଯାୟୀ, ମରାତିରା ଗ୍ରାମର ମୂଳିଆ ସାହୁ ଆଜି ସକାଳେ ୫୫ନଂ ଜାରୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଫେରାର୍‌ ମାରିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିିଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବୀରେ ପରିବାର ଲୋକ ରାସ୍ତାରୋକ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୁଲିସ ପହଁଚି ବୁଝାସୁଝା ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.