ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୧ ଆହତ

କରଞ୍ଜିଆ : କରଞ୍ଜିଆ ହାତିବାରି ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ହାତିବାରି ଗ୍ରାମ ନିକଟ ହୁଡ଼ି ସାହି ନିକଟରେ ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦେଓ କେନାଲରେ ପଡିଯାଇଥିଲେ । ଫଳରେ କେନାଲ ପାଣିରେ ବୁଡି ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୪ ଜଣ ଯୁବକ ତାଟୋ ପଞ୍ଚାୟତ ଷଢଙ୍ଗି ଟାଇଁସିରା ଗ୍ରାମର ହାତିବାରୀକୁ ଖେଳ ଦେଖିବାକୁ ଆସି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ସେମାନେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଘଟଣାସ୍ଥଳରେ କରଞ୍ଜିଆ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ମୃତକମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ସମସ୍ତଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.