om academy

ପୋଲ ଉପରେ ସିରିଜ ଦୁର୍ଘଟଣା : ୯ ଗୁରୁତର

jsm

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ଜଳେଶ୍ଵର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଟଗ୍ରାମ ପୋଲ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୯ ଜଣ ଗୁରୁତର ହୋଇଥିବା ଜଣାପଡ଼ଛି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାଯୋଗ୍ୟ ଯେ, ବାଟଗ୍ରାମ ଚିତେଇ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ଏକ ଅଟୋର ମୁହାଁମୁହିଁ ଧକ୍କା ହୋଇଥଲା । ସେହି ସମୟରେ ଅଟୋ ପଛରେ ଥିବା ଏକ ବାଇକ ଅଟୋରେ ପିଟି ହୋଇଥିଲା । ଫଳରେ କାରରେ ଥିବା ୩ ଜଣ ଏବଂ ଅଟୋରେ ଥିବା ୪ ଜଣଙ୍କ ସହିତ ବାଇକରେ ଥିବା ୨ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ଗୁରୁତର ଆହତଙ୍କ ଘର ଦେହୁର୍ଦ୍ଦା ଓ ଭୋଗରାଇ ଅଞ୍ଚଳର ବୋଲି ଜଣାପଡିଛି । କମର୍ଦ୍ଦା ଥାନା ସବଇନିସ୍‌ପେକ୍ଟର ଲୋପାମୁଦ୍ରା ପଣ୍ଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ ଥାନାକୁ ନେବା ସହିତ ଆହତମାନଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.