ମର୍ମନ୍ତୁଦ ମଟର ସାଇକେଲ ଦୁର୍ଘଟଣା : ୨ ଗୁରୁତର ଆହତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ସରମୁହାନ ଗ୍ରାମ ପଞ୍ଚାୟତ ବୁଢ଼ାଭଟା ଗ୍ରାମର ଖେଳ ପଡ଼ିଆ ଠାରେ ଭାରସାମ୍ୟ ହରାଇ ମର୍ମନ୍ତୁଦ ମଟର ସାଇକେଲ ଦୁର୍ଘଟଣା ଘଟିଥିବା ଜଣାପହିଛି । ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ମଟର ସାଇକେଲ ଆରୋହୀ ଓ ତାଙ୍କର ପଛ ପଟେ ବସିଥିବା ବନ୍ଧୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପରିଚୟ ଜଣା ପଡ଼ିନାହିଁ । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛନ୍ତି ।

Leave A Reply

Your email address will not be published.