
ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଭୋର ୩ଟା ସମୟରେ କଣ୍ଟାମାଳ‐ମନମୁଣ୍ତା ୪୧ ନଂବର ରାଜ୍ୟ ରାଜପଥର ଶ୍ରୀମାଳ ବନ୍ଧଖଣ୍ତି ବୁଲାଣିରେ ଭାରସାମ୍ୟ ହରାଇ ଏକ ଟ୍ରକ ଦୁର୍ଘଟଣାର ସମ୍ମ୍ମୁଖୀନ ହୋଇଛି । ସୂଚନା ମତେ ନବରଙ୍ଗପୁର ଠାରୁ ଦଶପଲ୍ଲ୍ଲା ଯାଉଥିବା ମକା ଓ ଗହମ ବୋଝେଇ ଟ୍ରକ (OR05W5829) ଘଣ୍ଟାପଡା ପଞ୍ଚାୟତ ଅଧୀନ ଶ୍ରୀମାଳ ଗ୍ରାମର ବନ୍ଧଖଣ୍ତି ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଲକୁ ଓଲଟି ପଟିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡି ଚାଳକ ଏବଂ ହେଲପର । ଘଟଣା ସ୍ଥଳରେ କଣ୍ଟାମାଳ ଥାନା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।
