ସଡକ ଦୁର୍ଘଟଣାରେ କଲେଜ କର୍ମଚାରୀ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପୁଇଁତଳା ଗ୍ରାମ ନିବାସୀ ଗଞ୍ଜାମ କଲେଜ କର୍ମଚାରୀ ତଥା ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ସଭାପତି ଅଜୟ କୁମାର ବାରିକି ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ସେ କୌଣସି କାମରେ ନିଜ ପଲସର୍‌ ବାଇକ୍‌ରେ ଗଞ୍ଜାମ ମାର୍କେଟ ଯାଉଥିବା ବେଳେ ହଠାତ୍‌ ଏକ ମଇଁଷି ବାଇକ୍‌ ଆଗକୁ ପଳାଇ ଆସିଥିଲା । ଫଳରେ ମଇଁଷିକୁ ଧକ୍କା ଦେଇ ରାସ୍ତା ପାର୍ଶ୍ଵକୁ ଛିଟିକି ପଡ଼ିଥିଲେ । ତାଙ୍କର ଗୋଡ଼ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ବାଇକ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯୋଗ୍ୟ ଯେ, ବିଞ୍ଚଣାପଲିଠାରୁ ମାର୍କେଟକୁ ସଂଯୋଗ ସର୍ଭିସ ରୋଡ଼ ସବୁବେଳେ ଅନ୍ଧାର ଯୋଗୁଁ ଏହି ଭଳି ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏଣୁ ଏନ୍‌ଏସି ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଆଲୋକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.