om academy

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ, ଡ୍ରାଇଭର୍ ଗୁରୁତର

jsm

ଧର୍ମଗଡ଼ : ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ମିନିଟ୍ରକ୍ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର୍ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଭୁବନେଶ୍ଵରରୁ ନବରଙ୍ଗପୁର ଏକ ମିନି ଟ୍ରକ୍ ଯାୁଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳପଡ଼ା ନିକଟରେ ମିନିଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ଗଛକୁ ଧକ୍କା ଦେଇଥିଲା ଫଳରେ ହେଲପର୍‌ର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର୍ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.