oom

ବାଳକୃଷ୍ଣପୁର ନିକଟରେ ସିରିଜ ଦୁର୍ଘଟଣା : କାର୍ ଓ ବାଇକ୍‌କୁ ଧକ୍କା ଦେଇ ଘରକୁ ପଟିଲା ମାଲବାହି ଟ୍ରକ୍

jsmm

ସାନଖେମୁଣ୍ଡି : ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା ବାଳକୃଷ୍ଣପୁର ନିକଟରେ ସିରିଜ ଦୁର୍ଘଟଣା । (ଓଆର୍୦୭ଏଏନ୍୫୭୨୭) ନମ୍ବର ଏକ ମାଲବାହି ଟ୍ରକ ବ୍ରହ୍ମପୁର ରାୟଗଡା ଅଭିମୁଖେ ଯାଉଥିବା ବେଳେ ପ୍ରଥମେ ଗୋଟିଏ (ଓଡି୦୭ବିପି ୯୩୦୧) କାର ପଛକୁ ପିଟିଥିଲା ପରେ କାର୍‌ଟିରେ ବାଇକକୁ ଧକ୍କା ଦେଇ ରାସ୍ତା କଡରେ ଥିବା ଘରଟିକୁ ଧକ୍କା ଦେଇଥିଲା ଫଳରେ ବାଇକ ଚାଳକ ଛିଟିକି ପଡି ଆହତ ହୋଇଥିବା ସୂଚନା ମିଳିଛି । ବାଇକଟି ଟ୍ରକ ତଳେ ଚାପି ହୋଇ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି ।

ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବିକ, ଗୁରୁବାର ଏକ ମାଲବାହି ଟ୍ରକ ବ୍ରହ୍ମପୁର ରାୟଗଡା ଅଭିମୁଖେ ଯାଉଥିବା ବେଳେ ପ୍ରଥମେ ଗୋଟିଏ (ଓଡି୦୭ବିପି ୯୩୦୧) କାର ପଛକୁ ଧକ୍କା ଦେଇଥିଲା । ଏହା ପରେ କାର୍‌ଟି ଆଗରେ ଯାଉଥିବା ବାଇକକୁ ଧକ୍କା ଦେଇଥିଲା । ଟ୍ରକ ଚାଳକ ଭାରସାମ୍ୟ ହରାଇ ରାସ୍ତକଡ଼ରେ ଥିବା ଘର କାନ୍ଥରେ ପଟି ହୋଇଥିବା ବେଳେ ବାଇକ୍‌ଟିକୁ ଚାପି ଦେଇଥିଲା । ତେବେ ବାଇକ ଚାଳକ ଜଣକ ଛିଟିକି ପଡି ଆହତ ହୋଇଯାଇଥିଲେ । ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.