centurian jitm

ମର୍ମନ୍ତୁଦ ସଡକ ଦୁର୍ଘଟଣା

nschool

ସିନାପାଲି, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ଥାନା ନିଲଜି ଗ୍ରାମର ଭାଟି ଛକଠାରେ ଏକ ଦୁର୍ଘଟଣା ଘଟିଛି । ରାସ୍ତାକାମରେ ନିୟୋଜିତ ଥିବା ଏକ ଡମ୍ଫର ଗାଡି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ସିନାପାଲି ଥାନା ଅନ୍ତର୍ଗତ ହଳଦୀମୁଣ୍ଡା ଗାଁର ହବେଲାଲ୍‌ ଗହୀର(୩୫) ଓ ତେଜରାଜ ଗହୀର(୪୫) । ଏନେଇ ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ସୂଚନାମତେ, ରାସ୍ତା କାମରେ ନିୟୋଜିତ ଡମ୍ଫର ଗାଡି ସିନାପାଲି ପଟୁ ଟିମନପୁର ଯାଉଥିଲା । ଠିକ୍‌ ଏହି ସମୟରେ ହବେଲାଲ୍‌ ଓ ତେଜରାଜ ଏକ ବାଇକରେ ନିଲଜି ଗାଁରୁ ସିନାପାଲି ପଟକୁ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଡମ୍ଫରଟି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ସିନାପାଲି ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.