ଲୁହାସିଂହା ଗ୍ରୀଡକୋ ସମ୍ମୁଖରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରାମର ଧନୁ ବୁଲ୍ଲା ନାମକ ଜଣେ ୪୦ବର୍ଷିୟ ବ୍ୟକ୍ତି ବାଇକ୍‌ ଯୋଗେ ଆସୁଥିବା ସମୟରେ ବାଇକ୍‌ର ଭାରସାମ୍ୟ ହରାଇ ଲୁହାସିଂହା ଗ୍ରୀଡକୋ ସମ୍ମୁଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ପାଟଣାଗଡ ହସ୍‌ପିଟାଲକୁ ଅଣାଯାଇଥିଲା । ପାଟଣାଗଡ ହସ୍‌ପିଟାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ବଲାଙ୍ଗିର ମେଡିକାଲରେ ଗୁରୁତର ଭାବେ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇ ଅଧିକ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.