ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଷୋହଳ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ସମ୍ମୁଖରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଅଜିତ ମିଶ୍ର ଏବଂ କୃଷ୍ଣ ପ୍ରଧାନ । ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳର ବୋଲି ଜାତୀୟ ରାଜପଥ ସୁରକ୍ଷା ଏସ୍ଆଇ ଏନ ବି ପ୍ରଧାନ ସୂଚନା ଦେଇଛନ୍ତି । ପେଟ୍ରୋଲିଙ୍ଗ ଦାୟିତ୍ୱରେ ଥିବା ଅଧିକାରୀ ଆହତଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରକାଶ ଯୋଗ୍ୟ odo2bh 2683 ବୁଲେଟରେ ସେମାନେ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।
Prev Post