ଅଜଣା ଗାଡି ଧକ୍କାରେ ୨ ମୃତ : ଆମପାଣି ପୋଲିସର ତଦନ୍ତ ଜାରି

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚୟତ ଭୁର୍ଷାଗୁଡା ଛକ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଏକ ହୃଦୟ ବିଦାରକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । କୌଣସି ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । ଦୁଇ ଯୁବକ ହେଲେ ସାନ ପୋଡ଼ାଗୁଡା ପଞ୍ଚୟତ ନେଗିଗୁଡା ଗ୍ରାମର ହେମନ୍ତ ଗୋପାଳ ଓ ନୀଳକଣ୍ଠ ଗୋପାଳ ବୋଲି ଜଣାପଡିଛି ।

ସେମାନଙ୍କ ବାଇକ ଘଟଣାସ୍ଥଳରୁ ୫୦୦ ମିଟର ଦୂରରେ ଠାବ ହୋଇଛି । ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ, ସେମାନଙ୍କ ଶରୀରର ଅଂଶ କ୍ଷତ ବିକ୍ଷତ ଅବସ୍ଥାରେ ପଡି ରହିଛି ଘଟଣା ସ୍ଥଳରେ ଆମପାଣି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.