centurian jitm

ତହସିଲଦାରଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ

nschool

ଫୁଲବାଣୀ : କନ୍ଧମାଳ ଜିଲା କ.ନୂଆଗାଁ ଥାନା ରାଇକିଆ ଓ ନୂଆଗାଁ ଛକ ଠାରେ ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଗତକାଲି ସକାଳୁ କୌଣସି ଏକ ସରକାରୀ କାମରେ ତହସିଲଦାର ଫୁଲବାଣୀ ଆସି ପୁଣି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ କ.ନୂଆଗାଁର ଡିମିରିକିଆ ନିକଟରେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା ତଳକୁ ଖସିପଡିଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ତହସିଲଦାର । ପରେ ପରେ ଘଟଣାସ୍ଥଳରୁ ଡ୍ରାଇଭର ଓ ତହସିଲଦାରଙ୍କୁ ଉଦ୍ଧାର କରାଯାଇ କ.ନୂଆଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.