oum

ଅଜଣା ଗାଡ଼ି ଧକ୍କାରେ ୨ ମୃତ

jsm

ଢେଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳ ଜିଲ୍ଲା କପିଳାସ ରାସ୍ତାର କାଇମାଟି ନିକଟରେ ଅଭାବନୀୟ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । । ସୂଚନା ଅନୁସାରେ ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ସାରିଆପଡ଼ାରୁ ଗତ ରାତିରେ ୨ ଜଣ ଯୁବକ ବାଇକ ଯୋଗେ ଭୁବନରୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କାଦେବାରୁ ବାଇକ ରାସ୍ତା ପାର୍ଶ୍ଵ ପୋଲ ତଳକୁ ଖସି ପଡିଥିବା ଜଣାପଡ଼ିଛି । ଫଳରେ ପୋଲ ତଳେ ଥିବା ପାଣିରେ ପଡି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ସଦର ଥାନା ଅନ୍ତର୍ଗତ ସାରିଆପଡା ଗ୍ରାମର ସତ୍ୟରଞ୍ଜନ ଦଳେଇ ଓ ବିକାଶ ନାଏକ ବୋଲି ଜଣାପଡିଛି । ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ବାଇକ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.