oom

ଚଳନ୍ତା କାର୍‌ ଉପରେ ପଡ଼ିଲା ରାସ୍ତା କଡ଼ର ଶୁଖିଲା ଗଛ : ଅଳ୍ପକେ ବର୍ତ୍ତିଲେ ଚାଳକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡ଼ା ସ୍ଥିତ ରୋସାଲିଆ ନରସିଂ ଏକାଡେ଼ମୀ ସମ୍ମୁଖରେ ରାସ୍ତା କଡ଼ର ଏକ ଶୁଖିଲା ଗଛ ଚଳନ୍ତା କାର୍‌ ଉପରେ ପଡ଼ିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗିରରୁ ନୂଆପଡ଼ା ଯାଉଥିବା ଏକ କାର୍‌ (ଓଡ଼ି୨୬ଡ଼ି୯୦୯୯) ଉପରେ ଅକସ୍ମାତ ଶୁଖିଲା ଗଛ ପଡ଼ିଯିବା ଫଳରେ କାର୍‌ର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ କାର୍‌ ଡ୍ରାଇଭର ରିଙ୍କୁ ବଗର୍ତ୍ତି ବଞ୍ଚି ଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ବର୍ଷ ବର୍ଷ ଧରି ଏହି ଶୁଖିଲା ଗଛଟି ରାସ୍ତା କଡ଼ରେ ରହିଥିବା ବେଳେ ଏହାକୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେବଳ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଛି ବୋଲି ଲୋକେ କହିଛନ୍ତି ।

jittmm
Leave A Reply

Your email address will not be published.