oom

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ଗ୍ରାମବାସୀ

jsmm

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଗଣ୍ଡାବାରାଝୋଲା ପଂଚାୟତ ସାମ୍ନାରେ ଗତକାଲି ରାତି ୭ଟା ସମୟରେ ଏକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ତିଳଯୋଡି ପଟୁ ସାଇକଲରେ ବରଝୋଲାର ଜଣେ ବ୍ୟକ୍ତି ଆସୁଥିବା ବେଳେ ପଛପଟୁ ଏକ ବାଇକ ଧକ୍କା ଦେଇଥିଲା ଫଳରେ ସେ ରାସ୍ତାକଡରେ ପଡି ଯାଇଥିବା ଦେଖି କିଛି ଗ୍ରାମବାସୀ ତାଙ୍କୁ ରାସ୍ତା କଡରୁ ଉଠାଇ ରଖିଥିବା ଖବରପାଇ ସମାଜସେବୀ ଯଶୋବନ୍ତ ରଣା ଘଟଣାସ୍ଥଳରେ ପହଂଚି ଆମ୍ବୁଲାନ୍ସକୁ ଫୋନ କରି ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି । ସେ ଏବେ ଟିକେ ସୁସ୍ଥ ଥିବା ଜଣାପଡିଛି ।

jittmm
Leave A Reply

Your email address will not be published.