jayashree

ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ଘଟଣାସ୍ଥଳରୁ ବୌଦ୍ଧ ଆଡକୁ ଚାଲିଯାଇଥିବା କୁହାଯାଉଛି । ମୃତ ସାଇକେଲ ଆାରୋହୀ ଜଣକ ଶ୍ୟାମସୁନ୍ଦରପୁର ଗ୍ରାମର ସରଜୁ ମାହାର (୫୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଶ୍ୟାମସୁନ୍ଦରପୁର ଗ୍ରାମର ସରଜୁ ମାହାର କୁକୁଡା ବ୍ୟବସାୟ କରି ଚଳନ୍ତି । ଆଜି ସକାଳୁ କୁକୁଡା କିଣିବା ପାଇଁ ନିଜ ସାଇକେଲ ଯୋଗେ ହରେକୃଷ୍ଣପୁର ଯାଉଥିଲେ । ବୌଦ୍ଧ ସଦର ଥାନା ଅନ୍ତର୍ଗତ ୫୭ ନଂ. ଜାତୀୟ ରାଜପଥ ହରେକୃଷ୍ଣପୁର ଛକ ନିକଟରେ ତାଙ୍କୁ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ଘଟିବା ପରେ ଲୋକେ ଉତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡିଛି ।

Leave A Reply

Your email address will not be published.