oom

ବୋଡାସମ୍ବରର ଶାରଦୀୟ ଦୁର୍ଗାପୂଜା ପାଇଁ ଭବ୍ୟ ମଣ୍ଡପ ନିର୍ମାଣ କାର୍ଯ୍ୟ ଜୋରସୋର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ରାଜବାଟି ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଏକ ଭବ୍ୟ ପୂଜା ମଣ୍ଡପ ନିର୍ମାଣ କାର୍ଯ୍ୟ ପାଇଁ ଜଗତ ଜନନୀ ଦଶଭୁଜା ମହାମାୟା ଦୂର୍ଗତୀ ନାଶିନୀ ମା’ ଦୁର୍ଗା ଦେବୀଙ୍କ ପ୍ରେରଣାରୁ ପଦ୍ମପୁର ସହରର ବିଶିଷ୍ଟ ସମାଜସେବୀ ଅମରଦୀପ ଅଗ୍ରୱାଲଙ୍କ ପୂର୍ଣ୍ଣ ସହଯୋଗରେ ବ୍ୟୟ ବହୁଳ ଭବ୍ୟ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲିଛି । ମଣ୍ଡପ ନିର୍ମାଣ କାରୁକାର୍ଯ୍ୟ ଶାନ୍ତି ଶିଳ୍ପୀ ଅର୍ଜୁନ ଗିଙ୍ଗିରା ଅତି ସୁନ୍ଦର ଭାବରେ ମଣ୍ଡପ ବିଭିନ୍ନ ପ୍ରକାରର ମୂର୍ତ୍ତି ନିର୍ମିତ କାରୁକାର୍ୟ୍ୟ ବେଶ ମନଲୋଭା ହୋଇଛି । ପ୍ରାୟ ପଦ୍ମପୁର ସହରର ଯାହାକି ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଟ କରୁଛି । ପଦ୍ମପୁର ସହର ଉପରେ ନିର୍ଭର ଗ୍ରାମାଞ୍ଚଳ ଲୋକେ ମଧ୍ୟ ରାଜବାଟିକୁ ଯାଇ ନିର୍ମାଣ କାରୁକାର୍ଯ୍ୟ ଦେଖୁଥିବା ପରିଲକ୍ଷିତ ହେଉଛି । ମଣ୍ଡପ ନିର୍ମାଣ କାର୍ଯ୍ୟ ପୂଜା ପର୍ବରୁ ସମ୍ପୂର୍ଣ୍ଣ ହେବ ବୋଲି ବିଶିଷ୍ଟ ସମାଜସେବୀ ଅମରଦୀପ ଅଗ୍ରୱାଲ ଆମ ପ୍ରତିନିଧି ନିରୋଜ କୁମାର ପାଣୀଙ୍କ ଠାରେ ପ୍ରକାଶ କରିଥିଲେ । ସର୍ବ ପୁରାତନ ଅସ୍ଥାୟୀ ମଣ୍ଡପରେ ମା’ ଦଶଭୁଜା ଦୁର୍ଗାଙ୍କ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଳେ ଦୂର୍ଗା ପୂଜା ମଣ୍ଡପ ନିର୍ମାଣ ପାଇଁ ଶାରଦୀୟ ଦୁର୍ଗାପୂଜା ପରିଚାଳନା କମିଟିଙ୍କ ନିର୍ଦ୍ଦେଶନା ଓ ଜଗତ ଜନନୀ ଦୂର୍ଗତୀ ନାଶିନୀ ମା’ ଦୁର୍ଗାଙ୍କ ଆଶିଷ ଏବଂ ଅପାର କରୁଣାରୁ ସମାଜସେବୀ ଅମରଦୀପ ଅଗ୍ରୱାଲଙ୍କ ନିଜସ୍ବ ଅର୍ଥ ବରାଦରେ ଭବ୍ୟ ମଣ୍ଡପ ନିର୍ମାଣ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ଵ ବହନ କରୁଛନ୍ତି । ମା’ଙ୍କ ପୂଜା ମଣ୍ଡପ ନିର୍ମାଣ କାର୍ଯ୍ୟ ପଶ୍ଚିମ ଓଡ଼ିଶାର ଭିନ୍ନ କାର୍ଯ୍ୟ ଶୈଳୀରେ ଓ ସୌନ୍ଦର୍ଯ୍ୟକରଣ ଭାବରେ ମଣ୍ଡପ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.