ls

ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ଏବଂ ନୂତନ କର୍ମକର୍ତ୍ତା ଚୟନ

sb

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାଧାକୃଷ୍ଣ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହେଇଯାଇଛି । ସଭାପତି ହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ବିଭୂତି ଭୂଷଣ ମହାଖୁଡ଼ ଗତବର୍ଷର ଆୟବ୍ୟୟ ପଠନ କରିଥିଲେ । ଏହାପରେ ପୁରୁଣା କମିଟିକୁ ଭାଙ୍ଗି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସର୍ବ ସମ୍ମତିକ୍ରମେ ସଭାପତି ଭାବରେ ପ୍ରଶାନ୍ତ ସାମନ୍ତରା, ସଂପାଦକ ହେମନ୍ତ ସାହୁ, ଉପସଭାପତି ବିଭୂତି ଭୂଷଣ ମହାଖୁଡ଼, ସହସଂପାଦକ କୃଷ୍ଣଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଥିବା ବେଳେ ବିଭିନ୍ନ ବିଭାଗରେ ଯୁଗଳ କିଶୋର ପ୍ରହରାଜ, ଗଂଗାଧର ମହାନ୍ତି, ହିରେନ୍ଦ୍ର ପ୍ରତାପ ସିଂହଦେଓ, ଅଶୋକ କୁମାର ପଟ୍ଟନାୟକ, ଭାଗବତ ଘିଭେଲା, ଜୟ ହାତୀ, ଚମରା ବଗତ୍ତୀ, ଚମରା ଭୋଇ, ଦାଶରଥୀ ଧଙ୍ଗଡ଼ାମାଝି, ଅନ୍ତର୍ଯ୍ୟାମୀ ମିଶ୍ର, ତ୍ରିଲୋଚନ ଦାଶ, ରାମଚନ୍ଦ୍ର ଭୋଇଙ୍କୁ ଦିଆଯଇଥିବା ବେଳେ ବୈଠକରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଲଳିତ କୁମାର ମହାଲିକ, କୁଳମଣି ହେର୍ଣ୍ଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ତେବେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ଼ ଗାଇଡ଼ଲାଇନ ମୁତାବକ ସମସ୍ତ ପୂଜା କାର୍ଯ୍ୟ ସଂପାଦନ କରାଯିବାକୁ ନିଷ୍ପତ୍ତି ହେଇଥିଲା । ପରିଶେଷରେ ବିଭୂତି ମହାଖୁଡ଼ ଧନ୍ୟବାଦାର୍ପଣ କରିବା ସହିତ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

pc pk
Leave A Reply

Your email address will not be published.