oom

ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଓ ମାଁଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ ପାଇଁ ଆଞ୍ଚଳିକ ସଭା ଅନୁଷ୍ଠିତ

jsmm

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ନୂତନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଓ ମାଁଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ ପାଇଁ ଦୁର୍ଗାମଣ୍ଡପ ପରିସରରେ ଆଞ୍ଚଳିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚନ୍ଦନଭାଟି ଆଖପାଖ ୧୪ଟି ଗାଁର ଭଦ୍ରବ୍ୟକ୍ତି ମାନେ ଯୋଗହେଇଥିଲେ । ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ନବ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାି ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇ ସମସ୍ତେ ମତ ପ୍ରକାଶ କରିଥିଲେ । ଦୁର୍ଗା ପୂଜା କମିଟିର ସଭାପତି ବଳରାମ ମେହେରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ସାଧାରଣ ସମ୍ପାଦକ ଗୋକୁଳ ବେହେରା, ସୁଶାନ୍ତ ପାଣିଗ୍ରାହୀ, ପ୍ରଦୀପ ଖମାରୀ, ପ୍ରଭୁଦତ୍ତ ପଧାନ, ଶ୍ୟାମ ମେହେର, ମେଘ ମେହେର, ନୀଳାଚଳ ଖମାରୀ, ରମାକାନ୍ତ ପାଣିଗ୍ରାହୀ, ପ୍ତିଲୁ ମହାପାତ୍ର, ପଞ୍ଚାନନ ସେନାପତି , ରାମ କିସାନ ଚୌଧାରୀଙ୍କ ସହ ଶତାଧିକ ଶ୍ରଦ୍ଧାଳୁ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସଭାକୁ ଗ୍ରାମର ଯୁବ ଗୋଷ୍ଠୀ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.