ଶାରଦୀୟ ଦୁର୍ଗାପୂଜା ସୁଚାରୁ ରୁପେ ପାଳନ କରାଯିବା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସନ୍ଧ୍ୟାରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ରିହାନ ଖତ୍ରିଙ୍କ ଅଧ୍ୟକ୍ଷତାରେ ଶାରଦୀୟ ଦୂର୍ଗାପୂଜା ସୂଚାରୁ ରୂପେ କିପରି ପାଳନ କରାଯିବ ସେ ନିମନ୍ତେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟିଟିଲାଗଡ଼ର ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ପୌର ପରିଷଦର ନିର୍ବାହୀ ଅଧିକାରୀ ଜୟସେନ୍ ଧରୁଆ, ସହରର ସମସ୍ତ ପୂଜା କମିଟିର ସଦସ୍ୟ, ବିଦ୍ୟୁତ ବିଭାଗର ଏସ୍‌ଡିଓ ବିନୟ ପାଣିଗ୍ରାହୀ, ଥାନାଧିକାରୀ ବିଶ୍ୱଜିତ ମନବୋଧ, ଅତିରିକ୍ତ ତହସିଲଦାର ଶକୁନ୍ତଳା ହାଁସଦା, ପୂର୍ତ୍ତ ବିଭାଗର ଏଇଇ ଦିଲେଶ୍ୱର ମାଝୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସରକାର କ’ଣ କ’ଣ ଗାଇଡ ଲାଇନ ଆଣିଛନ୍ତି ସେ ନେଇ ଡିଜେ ବାଜିବା ମନା, ବେଆଇନ କିମ୍ବା ଜୋର ଜବରଦସ୍ତି ଚାନ୍ଦା ଆଦାୟ ସମ୍ପୂର୍ଣ୍ଣ ମନା, ଭସାଣି ବେଳେ ପୁଜା କମିଟି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଯେ, ମଦ ପିଇ ଯେଭଳି କୌଣସି ଗଣ୍ଡଗୋଳ ନ କରି ଶାନ୍ତିପୂର୍ଣ୍ଣ ଭାବେ ବିସର୍ଜନ କରିବାକୁ କହିବା ସହ ପୂଜା ସମୟରେ ପୋଲିସ ପେଟ୍ରୋଲିଂ କରାଯିବା ସହ ଭିଡ଼ ସମୟରେ ସାଧା ପୋଷାକରେ ପୋଲିସ ନଜର ରଖିବେ । ସେହିପରି ପୂଜା ମଣ୍ଡପରେ ସିସିଟିଭି ଲଗାଇଲେ ଭଲ ହେବ ବୋଲି ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.