oom

ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ସମନ୍ଵୟ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ରାଜବାଟୀ ପରିସରରେ ମଧ୍ୟରେ ଆୟୋଜନ ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜା ୨୦୨୪ ପାଳନ ନିମନ୍ତେ ଏକ ସମନ୍ଵୟ ବୈଠକ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଳ ମୋତିରାମ ଚଭନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଦୁର୍ଗାପୂଜା ପାଳନ କମିଟୀର ସଭାପତି ପ୍ରତାପ ମିଶ୍ର ପୂଜା ସମୟରେ ହେଉଥିବା ଜନ ସମାଗମ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପାନୀୟଜଳ ଯୋଗାଣ, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥା, ପ୍ରମୁଖ ସ୍ଥାନମାନଙ୍କରେ ପୋଲିସ ମୁତୟନ ପ୍ରଭୃତି ବ୍ୟବସ୍ଥା ଉପରେ ପ୍ରଶାସନର ସହଯୋଗ କାମନା କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ଏ ଦିଗରେ ବିଚାର ବିମର୍ଷ କରାଯାଇଥିଲା ଏବଂ ସମସ୍ତଙ୍କ ସହଯୋଗରେ ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶୃଙ୍ଖଳାର ସହିତ ପାଳନ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କୁନାଳ ମୋତିରାମ ଚଭନ ପ୍ରତିଶୃତି ଦେଇଥିଲେ । ଆବଶ୍ୟକ ସ୍ଥଳେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବୈଠକ ଆୟୋଜନ କରି ବିଭିନ୍ନ କାର୍ଯ୍ୟର ତଦାରଖ ପାଇଁ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ସ୍ନେହା ଅରଗୁଲାଙ୍କ ପରାମର୍ଶ ଦେଇଥିଲେ । ଉକ୍ତ ସମନ୍ଵୟ ବୈଠକରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ କୁମାର ସାହୁଙ୍କ ସହିତ ପଦ୍ମପୁର ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ, ପୂଜା କମିଟିର କର୍ମକର୍ତ୍ତା ଗୋବିନ୍ଦ ଅଗ୍ରୱାଲ, ଯୁଗଳ କିଶୋର ସାହୁ, ଅଶୋକ କୁମାର ମିଶ୍ର, ନନ୍ଦକିଶୋର ଅଗ୍ରବାଲ, ରବିନାରାୟଣ ଦୋରା, ଚିନ୍ମୟ କୁମାର ପଣ୍ଡା, ପୂର୍ଣଚନ୍ଦ୍ର ପାଣିଗାହୀ, ପ୍ରୀତମ ମେହେର, ବିଜୟ ବହିଦାର, ସନ୍ତୋଷ କୁମାର ମହାନ୍ତି, ନବକିଶୋର ବରିହା, ଯୋଗେଶ କୁମାର ସାହୁ, ସୌମ୍ୟଜିତ ପାଢୀ, ଶେଖ୍ ସମିଉଲ ହୁସେନ, ସାମାଜିକ କର୍ମୀ ନିରୋଜ ଦୋରା ଅଚ୍ୟୁତ ସେଠ୍ ନରସିଂହ ପଟ୍ଟନାୟକ, ନାରାୟଣ ପୁରୋହିତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.