jayashree

ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବଦିନାତ୍ମକ ଦୁର୍ଗାପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡବନ୍ଧ ସ୍ଥିତ ବନଦୁର୍ଗା ଠାରେ ଶାରଦୀୟ ନବଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଆଶ୍ଵିନ ଶୁକ୍ଳପକ୍ଷ ୨୬/୯ ସୋମବାର ଦିନ ସକାଳ ୭.୩୦ମି.ରେ କଳସାଧିବାସ, ଅଙ୍କୁରାରୋପଣ, ଅଖଣ୍ଡ ଦୀପ ପ୍ରଜ୍ଜଳନ ପୂଜାରମ୍ଭ ଏବଂ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଶ୍ଵିନ କୃଷ୍ଣପକ୍ଷ ଦ୍ଵିତୀୟା ମଙ୍ଗଲବାର ତା. ୨୭/୯ମି.ରେ ବାଳଭୋଗ, ସନ୍ଧ୍ୟା ଆଳତୀ, ସୂର୍ଯ୍ୟପୂଜା, ଚଣ୍ଡିହୋମ, ଅନ୍ନଭୋଗ, ଆଳତୀ ସନ୍ଧ୍ୟାରେ ମିଷ୍ଟାନ ଭୋଗ, ୮ ଘ. ମଙ୍ଗଳ ଆଳତୀ, ଆଶ୍ଵିନ କୃଷ୍ଣପକ୍ଷ ମହାନବମୀ ସୋମବାର ତା. ୩/୧୦ ଦିନ ସକାଳ ଘ. ୭ଟାରେ ବାଳଭୋଗ, ଆଳତୀ, ଚଣ୍ଡିଭୋଗ, ଫଳମୂଳ, ସନ୍ଧ୍ୟା ୭ ପୂଜା, ମିଷ୍ଟାନ ଭୋଗ, ଆଳତୀ, ୧୦୮ ଦୀପ ପ୍ରଜ୍ୱଳନ ଓ ମଙ୍ଗଳ ଆଳତୀ ଅନୁଷ୍ଠିତ ହେବା ବେଳେ ତା. ୪/୧୦ ମଙ୍ଗଳବାର ମହାନବମୀ ସକାଳ ୭ଟାରେ ପୂଜା, ଆଳତୀ, କୁମାରୀପୂଜା, ଶାନ୍ତି ହୋମ, ଅନ୍ନଭୋଗ ଆଳତୀ ସନ୍ଧ୍ୟା ଆଳତୀ, ମିଷ୍ଟାନ ଭୋଗ ଓ ମଙ୍ଗଳ ଆଳତୀ ଆଦି ବିଧି କାର୍ଯ୍ୟ ଅନୁଷ୍ଠିତ ହେଉଥିବା ବେଳେ ତା. ୫/୧୦ ବୁଧବାର ଦିନ ବିଜୟା ଦଶମୀ ଦିନ ବାଳଭୋଗ, ଆଳତୀ, ଅପରାଜିତା ପୂଜା ସହ ଘ. ୧୦.୩୦ମି. ମଧ୍ୟେ ପୂର୍ଣ୍ଣାହୁତୀ ଏବଂ ଘଟ ବିସର୍ଜନ କରାଯିବ ବୋଲି ବନଦୁର୍ଗାପୂଜା ପରିଚାଳନା କମିଟି ସଭାପତି ଡା. ପ୍ରଭାତ ନାରାୟଣ ତ୍ରିପାଠୀ, ସଂପାଦକ ଗୋପଳ ଚନ୍ଦ୍ର ଭୋଇଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.