
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି । ପାଇକମାଲ ସ୍ଥିତ ଶିବ ମନ୍ଦିର ଝରଣାରୁ ପୂର୍ଣ୍ଣ କଳସ ପୂଜାବିଧି କରି ଏକ ଭବ୍ୟ ଶୋଭାଯାତ୍ରାରେ ବାଦ୍ୟ ଘଣ୍ଟ, ଶଙ୍ଖ, ହୁଳହୁଳିରେ ମଣ୍ତପକୁ ଅଣାଯାଇ କଳସ ସ୍ଥାପନ କରାଯାଇଥିଲା । ପଣ୍ଡିତ ଡିଗ୍ରୀଧର ଦେବତା, ମନ୍ଦିର ପୂଜକ ଯଯାତି କେଶରୀ ଦେବତାଙ୍କ ସମେତ ଅନ୍ୟ ପଣ୍ଡିତମାନେ ପୂଜାବିଧି ଓ ମନ୍ତ୍ରପାଠ କରିଥିବା ବେଳେ ନବରାତ୍ର ଦୁର୍ଗାପୂଜାରେ କର୍ତ୍ତା ଭାବରେ ମୁକେଶ ରଥ ଓ ଧର୍ମପତ୍ନୀ ଶ୍ରୀମତୀ ମୁକେଶ୍ଵରୀ ରଥ କାର୍ଯ୍ୟ ନିର୍ବାହ କରୁଥିଲେ । ଭବ୍ୟ ଶୋଭାଯାତ୍ରାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ସାମିଲ ହୋଇଥିଲେ । ଚଳିତ ବର୍ଷ ପାଇକମାଲ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇ ଯାଇଥିବା ବେଳେ ଆଲୋକମାଲାରେ ଝଲଶୁଛି ପାଇକମାଲ ସହର । ଭବ୍ୟ କଳସ ଶୋଭାଯାତ୍ରାରେ ପୂଜା କମିଟି ସଭାପତି ସୁଶାନ୍ତ ନାଗ, ଉପସଭାପତି ମହେଶ ଅଗ୍ରୱାଲ, ସଂପାଦକ ଇନ୍ଦ୍ରଜିତ ଭୋଇ, ସହସମ୍ପାଦକ ଆକାଶ ପାଣିଗ୍ରାହୀ, କୋଷାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ଗୋବର୍ଦ୍ଧନ ଅଗ୍ରୱାଲ, ବିନୋଦ କାଲିଆ, କୁବେର ରଣା, ରାକେଶ ଅଗ୍ରୱାଲ, ଯୋଗେନ୍ଦ୍ର ଭୋଇ, ମନିସ ପାଣିଗ୍ରାହୀ, ବିକାଶ ବହିଦାର, ରୋଶନ ପାଣିଗ୍ରାହୀ, କୁନ୍ଦନ ପ୍ରଧାନ, ପ୍ରମୋଦ ସିଂ, ଦିବାକର ତାଣ୍ତି, ସୁବାଷ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଚଳିତ ବର୍ଷ କୋଭିଡ କଟକଣାର ଭୟ ନଥିବାରୁ ଧୁମ୍ଧାମ୍ରେ ଦୁର୍ଗାପୂଜା ପାଳନ କରାଯିବ ବୋଲି ପୂଜା କମିଟି ସଭାପତି ସୁଶାନ୍ତ ନାଗ ମତବ୍ୟକ୍ତ କରିଥିଲେ ।
