lika

ପାଇକମାଲ ଦୁର୍ଗାପୂଜା ଏକ ଅନନ୍ୟା ପରମ୍ପରା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗାପୂଜା ଯାହାକି ନଅ ଦିନଧରି ଚାଲିଥାଏ । ତାହାର ବୈଶିଷ୍ଠ୍ୟ ପରମ୍ପରା ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ମନ୍ଦିର ସହିତ ଜଡିତ । ବିନ୍ଧ୍ୟବାସିନୀ ମନ୍ଦିର ଓ ପାଇକମାଲ ଗ୍ରାମର ଗୌନ୍ତିଆଙ୍କ ପୂଜାବିଧି କେଉଁ କାଳରୁ ଚାଲି ଆସୁଅଛି । ତାହା ଏକ ପରମ୍ପରା ଭାବେ ତିଷ୍ଠି ରହିଛି । ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ କଟକଣାକୁ ଆଖି ଆଗରେ ରଖି ପଣ୍ଡିତ ଉମେଶ ଚନ୍ଦ୍ର ମିଶ୍ର, ରାଧେଶ୍ୟାମ ଦେବତା, ଜ୍ୟୋତି ରଞ୍ଜନ ମିଶ୍ର, ପ୍ରେମାନନ୍ଦ ଦେବତା, ଯଯାତି କେଶରୀ ଦେବତା ପୂଜାବିଧି ତୁଲାଉଛନ୍ତି । ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ମୁକେଶ ରଥ ଓ ତାଙ୍କ ଧର୍ମପତ୍ନୀ ମୁକ୍ତେଶ୍ଵରୀ ରଥ ରହିଥିବା ବେଳେ ଦୁର୍ଗାପୂଜା କମିଟିର ସଭାପତି ଧବଳେଶ୍ୱର ସାହୁ, ଉପସଭାପତି ଉପେନ୍ଦ୍ର ପ୍ରଧାନ, ସଂପାଦକ ଇନ୍ଦ୍ରଜିତ ଭୋଇ, କୋଷାଧ୍ୟକ୍ଷ ପ୍ରମୋଦ ସିଂ, ବିନୋଦ କାଲିଆ, ଯୋଗେନ୍ଦ୍ର ଭୋଇ, ବୁନୁ ମିଶ୍ର, ଇଶ୍ୱର ବାରିକ, ନିରୋଜ ପ୍ରଧାନ ପୂଜାକୁ ଆଗେଇ ନେଇଥିବା ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଦିନ ଓ ସଠିକ ସମୟରେ ସମସ୍ତ ପ୍ରକାର ସହଯୋଗ ଗୁପେନ୍ଦ୍ର ପ୍ରଧାନ, ଚିନ୍ତାମଣି ରାଓ, ଦେବେନ୍ଦ୍ର ଶତପଥି, ସୁଶାନ୍ତ କୁଅଁର ଯୋଗାଇ ଥାଆନ୍ତି । କୋଭିଡ କଟକଣାକୁ ଆଖି ଆଗରେ ରଖି ଦୁର୍ଗାପୂଜା ଯେଉଁଭଳି ଭାବରେ ସମାପ୍ତ ହେବ ସେଥିପ୍ରତି ପାଇକମାଲ ଗ୍ରାମବାସୀ ତରଫରୁ ପୂର୍ଣ୍ଣ ସହଯୋଗ କରୁଥିବା ତଥା ଯେଭଳି ଗ୍ରାମ ଓ ରାଜ୍ୟ ଦେଶ ବିଶ୍ୱ ପାଇଁ ମଙ୍ଗଳ ହେବ, କରୋନା ମହାମାରୀ ଦୂର ହେବ, ପରମ୍ପରା ବଞ୍ଚି ରହିବ । ଏ ସମସ୍ତ ପ୍ରତି କମିଟି ପୂଜକ ତଥା ସହଯୋଗୀମାନଙ୍କ ଠାରେ ଆସ୍ଥା ପ୍ରକଟ କରିଛନ୍ତି ।

sandip
Leave A Reply

Your email address will not be published.