ଯୁବକଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର୍‌

ଝାରସୁଗୁଡା : ଝାରସୁଗୁଡା ସହରରେ ଫୁଟିଛି ଗୁଳି କାଣ୍ଡ । ଘରେ ପଶି ଯୁବକଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର୍‌ । ଶାନ୍ତି ନଗରରେ ରହୁଥିବା ରାକେଶ ଓରାମ ଘରେ ପଶି ୨ ଜଣ ଗୁଳି ଫୁଟାଇଥିଲେ । । ରାକେଶର କାନ୍ଧରେ ବାଜିଛି ଗୁଳି । ଫଳରେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.