om academy

ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଛେଳି ମୃତ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଛେଳି ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ତୁର୍ଲା ଗାଁର ଅର୍ଜୁନ ବାରିହାଙ୍କ ଛେଳି ବର୍ଷା ସମୟରେ ମଧ୍ୟାହ୍ନରେ ଘରକୁ ଆଣୁଥିବା ବେଳେ ଗାଁ ମୁଣ୍ଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ସଟସର୍କିଟ ଯୋଗୁଁ ଛେଳି ଦୁଇପଟ ଲାଗି ଯାଇଥିଲେ । ଘଟଣା ସ୍ଥଳରେ ଦୁଇ ଛେଳି ମୃତ୍ୟୁ ହେଇଥିଲା । ଛେଳି ମାଲିକ ଅର୍ଜୁନ ଦିନ ମଜୁରିଆ କାମକରି ଛେଳି କିଣିଥିଲେ । ଦୈବାଦ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛେଳି ମୃତ୍ୟୁ ଘଟିଛି । ତାଙ୍କର ବହୁ କ୍ଷତି ଘଟିଛି ବୋଲି ଅଜୁର୍ନ କହନ୍ତି । ଅଜୁର୍ନ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.