ଦୁହେଲ ଧାନମିଲ ନିକଟରୁ ୫.୯ ଇଂଚ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାତିରେ ବଲାଙ୍ଗିର ଜିଲ୍ଲା ଦଶପୁରର ଦୁହେଲ ଧାନମିଲ ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଘରୁ ଏକ ୫.୯ ଇଂଚ୍‌ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ରାତି ପ୍ରାୟ ୯.ଟା ୨୦ ମିନିଟ ସମୟରେ ଦୁହେଲ ଧାନମିଲ ନିକଟସ୍ଥ ହେମନ୍ତ ନାଗଙ୍କ ଘରେ ଏଗ ଅଜଗର ସାପ ଦେଖିବାକୁ ମିଳିଥିଲା । ତେବେ ସାପକୁ ଦେଖି ଘର ମାଳିକ ହେମନ୍ତ ନାଗ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜ ନାଗଙ୍କୁ ଖବର ଦେଇଥିଲେ । ପରେ ସାପ ଧରାଳୀ ଦେବରାଜ ୫.୯ ଇଂଚ୍‌ ଲମ୍ବର ଅଜଗର ସାପ କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.