ଭରସୁଜା କୁଲାରି ନାଳରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା କୁଲାରି ନାଳରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାବେଳେ କାରରେ ବସିଥିବା ଆୟୁଷ ଡାକ୍ତର ରାଜେନ୍ଦ୍ର ଦଳପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ଯେ, ବଡ଼ଟିକା ଗ୍ରାମର ଆୟୁଷ ଡାକ୍ତର ରାଜେନ୍ଦ୍ର ଦଳପତି ଆଗଲପୁର ଡାକ୍ତରଖାନାରେ କାର୍ଯ୍ୟକରନ୍ତି । ସବୁଦିନପରି ସେ ଏକ କାରରେ ଆଗଲପୁର ହସ୍ପିଟାଲକୁ ଆସୁଥିଲେ । ଭରସୁଜା କୁଲାରି ନାଳରେ କାରର ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ପାଚେରିରେ ପିଟିହୋଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ କାରରେ ବସିଥିବା ଡାକ୍ତର ଶ୍ରୀ ଦଳପତିଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ଆଗଲପୁର ଡାକ୍ତରଖାନାକୁ ପଠାଇଥିଲେ । ଖବରପାଇ ଆଗଲପୁର ଆଇଆଇସି ଅଙ୍କିତା ନାୟକ, ହାବିଲଦାର ପାଉଲୁସ ଡୁଙ୍ଗଡୁଙ୍ଗ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ ଚଲାଇଛନ୍ତି ।

Leave A Reply

Your email address will not be published.